ଆମ ଗାଁ ଖରା ଉମାକାନ୍ତ ବେହେରା ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-b906c67655.html ଆମ ଗାଁ ଖରା ଦେଖାଏ ନଖରା ରାତି ପାହୁ ପାହୁ ଆସୁଛି ଦିନ ସାରା ଏଠି ଖେଳା ବୁଲାକରି ସଞ୍ଜ ନ ହେଉଣୁ ଯାଉଛି l ଗାଁ ରେ ତ ଆଉ ଚାଳଘର ନାହିଁ ନାହିଁ ଆଟୁ ନାହିଁ ଢାଗୁଆ ପାଚେରୀ ଉପରେ ମାଡିବା ପାଇଁକି ଅପରାଜିତା କୁ ଅଡୁଆ l ଧୂଳି ଦାଣ୍ଡ ନାହିଁ କୁଞ୍ଚ କୁଞ୍ଚିକିଆ ଖେଳି ବାକୁ ଆଉ ମିଳେନା ଆବଡା ଖାବଡା କଂକିରିଟି ବାଟ ପାଦକୁ ଦିଅଇ ଯାତନା l ଦୂରରୁ ଦେଖିଲେ ବଗିଚା ପରିକା ଦିଶୁଥିଲା ମୋ ଗାଆଁଟି ଗଛ ବୃଛ ନାହିଁ ସେଇ ଗାଁ ଆଜି ଲାଗୁଅଛି ଖାଆଁ ଖାଆଁ ଟି l ଗାଁ ମୁଣ୍ଡେ ଥିଲା କଇଁ ପୋଖରୀଟା କାତ ପାଏନାହିଁ ପାଣିକୁ ପୋତା ପୋଖରୀକୁ କିଏ କାହିଁ ଯିବ ଅଧାପାଣି ଅଧା ପଂକକୁ l ଗାଆଁ ପରିବେଶ ଭାରି ସୁହାଉଛି ବାଇଶାଖ ତାତି ମାତୁଛି, ଟାଇଁ ଟାଇଁ ଖରା ଝାଇଁ ମାରିଦିଏ ବାହାରେ କି ନିଆଁ ଜଳୁଛି l ଚାଲ ଗାଆଁ ପିଲା ଏକାଠି ହୋଇବା ପରିବେଶ ଦେବା ସଜାଡି, ପରିବେଶ ଯଦି ବିଗିଡି ଯିବରେ ଆମେ ସବୁ ଯିବା ଉଜୁଡି l ∎ ସ୍ବପ୍ନସ୍ମୃତି, ଶ୍ରୀହରି ବିହାର, ଗହ୍ମାରିଆ କେନ୍ଦୁଝରଗଡ଼ ୯୩୪୮୫୧୬୦୦୧