ବିଲୁଆ ବଡ ଚତୁର ମିନତି ପଟ୍ଟନାୟକ ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-b8b213426c.html ଅଗନା ଅଗନୀ ଜଙ୍ଗଲ। ସେଥିରେ ହାତୀ, ବାଘ, ସିଂହ, ଭାଲୁ, ବା ରାହା, ବିଲୁଆ, ବଣୁଆ କୁକୁର, ହରିଣ, ଠେକୁଆ ମାଙ୍କଡ଼, ମଇଁଷି, ଜେବ୍ରା, ଜିରାଫ ପ୍ରଭ୍ରୁତି ପଶୁ ଓ ନାନାଜାତିର ପକ୍ଷୀ ବାସ କରୁଥାନ୍ତି। ଥରେ ସେହି ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିଗଲା। ପଶୁ ମାନେ ଚିତ୍କାର କରି ଏଣେତେଣେ ଧାଇଁଲେ। ପକ୍ଷୀମାନେ ଆକାଶ ରେ ଉଡିବା କୁ ଲାଗିଲେ। ଏକଥା ଜାଣି ବିଲୁଆ ମନେ ମନେ ଉପାୟ ପାଞ୍ଚିଲା। କଥାରେ ଅଛି ବିଲୁଆ ବଡ ଚତୁର, ପଇଡ ବଡ ମଧୁର। ସତକୁ ସତ ବିଲୁଆ ନନା ଧାଇଁଲା ବଣର ରାଜା ସିଂହ ପାଖକୁ। ସିଂହ ରାଜା ଚିନ୍ତାରେ ବସିଥାନ୍ତି, ବିଲୁଆ ଯାଇ ସିଂହ ରାଜା ଙ୍କ ଗୋଡ ତଳେ ଲମ୍ବ ହୋଇ ଶୋଇପଡ଼ି ହାତ ଯୋଡି କହିଲା, ମହାରାଜ! ଆପଣ ଜଙ୍ଗଲ ର ସବୁ ପଶୁ, ପକ୍ଷୀ ମାନ ଙ୍କୁ ଏକାଠି କରନ୍ତୁ। ସମସ୍ତ ପଶୁ ପକ୍ଷୀ ଯାଇ ଗଜ ରାଜ ଙ୍କୁ କହିବାକୁ ହେବ। ଗଜରାଜ ଚାହିଁ ଲେ ଜଙ୍ଗଲ ରେ ନିଆଁ ଲିଭି ପାରିବ। ବିଲୁଆ କଥା ସବୁ ପଶୁ ପକ୍ଷୀ ମାନଙ୍କ ମନକୁ ପାଇଲା। ସମସ୍ତ ପଶୁ ପକ୍ଷୀ ସିଂହ ରାଜାଙ୍କ ସାଥି ରେ ଯାଇ ଗଜ ରାଜ ଙ୍କ ପାଖରେ ପହଞ୍ଚି ଲେ। ଜଙ୍ଗଲ ରେ ନିଆଁ ଲାଗିଥିବା କଥା କହିଲେ। ଏହି ଭୟଙ୍କର ନିଆଁ କେବଳ ଗଜ ରାଜ ଚାହିଁ ଲେ ଲିଭି ପାରିବ ବୋଲି କହିଲେ। ଏକଥା ଶୁଣି ଗଜ ରାଜ ଗର୍ଜନ କରି ସବୁ ହାତୀ ମାନଙ୍କୁ ଏକାଠି କଲେ। ପଲ ପଲ ହାତୀମାନେ ପାହାଡ ନିକଟକୁ ଗଲେ। ଝରଣା ରୁ ଝରି ଆସୁଥିବା ପାଣି ରେ ସ୍ରୁଷ୍ଟି ହୋଇଥିବା ନଦୀ ରୁ ଶୁଣ୍ଢରେ ଜଳ ଆଣି ନିଆଁ ରେ ଫୋପାଡି ଲେ। ଚାହୁଁ ଚାହୁଁ ନିଆଁ ଲିଭି ଗଲା। ଦତ୍ତ ତୋଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ପୁରୀ।