ଆମ ଘୋଷଯାତ ନୀଳମଣି ଚାନ୍ଦ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-b8713f0925.html ନଅଦିନର ତ ଯାତଟି ଇଏରେ ଆମ ଦାରୁଦିଅଁଙ୍କର ଜନମବେଦୀକୁ ଯାତରା କରନ୍ତି ଯହିଁ ଶ୍ରୀ ଗୁଣ୍ଡିଚାଘର। ରଥ ନାମ ନନ୍ଦିଘୋଷ, ତାଳଧ୍ବଜ ଦେବଦଳନଟି ପରା ପହଣ୍ଡିରେ ଆସି ରଥରେ ବସନ୍ତି ହୁଏରେ ଛେରାପହଁରା। କଳାଟି କାଳିଆ ଗୋରାଟି ବଳିଆ ହଳଦିରଙ୍ଗର ସୁଭା ଦେବ ସୁଦର୍ଶନ  ସାଙ୍ଗରେ ଥାଆନ୍ତି ଆହା କେଡ଼େ ମନଲୋଭା। ହରିବୋଲ ହୁଳହୁଳି ପଡୁଥାଏ ରୁଣ୍ଡ ହୋଇଥାନ୍ତି କେତେ କେତେ ଭକ୍ତ ସାଧୁସନ୍ଥ ଆଉ ତପି । ରଥରେ ଦେଖିଲେ କଳାବାମନଙ୍କୁ ମିଳେ କୋଟିଜନ୍ମ ପୁଣ୍ୟ ବିଶ୍ଵାସ ରହିଛି କରିଲେ ଦର୍ଶନ ହୁଏ ନାହିଁ ପୁନର୍ଜନ୍ମ। ଜୟ ଜଗନ୍ନାଥ ଶବ୍ଦେ ପ୍ରକମ୍ପିତ ହୁଅଇ ଭୂମିରୁ ଭୂମା ଭାଗ୍ୟେ ଥିଲେ ହୁଏ ରଥରେ ଦର୍ଶନ ରଥ ଦେଖା,ରଥଟଣା। ସେ ଜଗତନାଥ  ଦିଅନ୍ତୁ ଆଶିଷ ଜଗତ କଲ୍ୟାଣ ପାଇଁ ସେମିତି ଦିଅଁର ଘୋଷଯାତ ପରି ଯାତ ଜଗତରେ ନାଇଁ। ∎     ମନ୍ତ୍ର ମାନୋର, ଗୋଠପାଟଣା                                ଭୁବନେଶ୍ୱର, ମୋ:୯୫୮୩୨୦୨୩୫୭