ତ୍ରିରଙ୍ଗାର ତାଳଲୟେ ହଂସନାଥ ମୁଦୁଲି ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b855c6f14e.html ତ୍ରିରଙ୍ଗାର ତାଳଲୟେ ଅଗଷ୍ଟ ପନ୍ଦର ଗୀତଟେ ଗାଇ ମୋ ଦେଶ ବାରତା କହେ ତ୍ରିରଙ୍ଗାର ତାଳଲୟେ। (0) ମୋ ଦେଶର ଇତିହାସ ବୁଝିଛି ପରା ଏ ବିଶ୍ବ ଗୋଟିଏ କୁଟୁମ୍ବ ଏ ଧରଣୀ ସାରା ଏମିତି ବାରତା ଦିଏ ତ୍ରିରଙ୍ଗାର ତାଳଲୟେ। (1) ସ୍ବାଧୀନ ଭାରତ ଆମ ଅନେକରେ ଏକ ନାମ ସବୁରି କଣ୍ଠରେ ଦେଶମାତୃକାର ଜୟ ଜୟକାର ଶୋହେ ତ୍ରିରଙ୍ଗାର ତାଳ ଲୟେ। (2) ∎ ଖଣ୍ଡଗିରି (ଡୁମୁଡୁମା - କ) ଭୁବନେଶ୍ବର – 751030, (ମୋ - 9777968719)