ଗାଆଁ ପରି ଜାଗା କେଉଁଠି ନାହିଁ ସୁଜିତ କୁମାର ମିଶ୍ର ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-b7db6cc3eb.html ଗାଆଁ ପରି ଜାଗା କେଉଁଠି ନାହିଁ ମମତା ଭରା ସେ ସରଗ ଭୂଇଁ । ତା କୋଳ ମଧୁର ମଳୟ ଭରା, ସୁଖଶାନ୍ତିର ସେ ନଈର ଧାରା । ଦାଣ୍ଡ ଧୂଳି ତାର ଶରଧାବାଲି, ଆନନ୍ଦ ଝରଇ ହୋଇଲେ ବୋଳି। ଚାରିପଟେ ତାର ବଣ ପାହାଡ଼, ସବୁଜ ଶୋଭାର ସୁନ୍ଦର ଗଡ । ଏଇଠି ମିଳଇ ଜେଜୀମା ହସ, ଜେଜେଙ୍କ ଧୋତି ଓ କମିଜ ବେଶ । ମାଆ ହାତ ତିଆରି ମଣ୍ଡା ଚକୁଳି, ସୁଆଦେ ତାହାର କେ ହେବ ସରି? ପୁନେଇଁ ପରବ ହୁଏ ପାଳନ, ସବୁ ଦିନ ଲାଗେ ଋତୁ ପାର୍ବଣ । ଗାଆଁର ଆଦର ନାହିଁ ସହରେ, ଜୀବନ ଦେବି ମୁଁ ତାର ସେବାରେ । ∎ ମୋବାଇଲ- ୭୬୮୩୮୬୭୭୪୨