ଆମ୍ବ ସୁଜିତ କୁମାର ମିଶ୍ର ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-b7707a484d.html ଫଳ ଭିତରେ ରଜା ବୋଲାଏ ଆମ୍ବଟି ଜଗତରେ, ଚେହେରା ତାର କେତେ ସୁନ୍ଦର ଗୁଣରେ ମନ ହରେ । ଗେହ୍ଲେଇ ଝିଅ ପରି ସେ ଝୁଲେ ଗଛର ଡାଳେ ବସି, ପବନ ହେଲେ ଗୀତ ବୋଲଇ ମନଖୋଲି ସେ ହସି । ଜଣାଏ ସିଏ ଆସିଛି ବୋଲି ମରତେ ମଧୁକାଳ, କୋଇଲି ପୁଣି ଦେଖା ଦିଅଇ ଡେଇଁ ଡାଳକୁ ଡାଳ । ଆମ୍ବରୁ ହୁଏ ଆମ୍ବସଢା ଓ ଆଚାର ଜାତି ଜାତି, ଘରେଘରେ ସେ ସଭିଙ୍କ ତେଣୁ ଆଦର ଭରା ସାଥୀ । ଭିତରେ ତାର ଅଛି ଟାକୁଆ କୋଇଲି ଲୁଚିକରି, ଶାଗୁଆ ନାଲି ହଳଦିଆରେ ଦିଶେ ସେ ଅପସରୀ । ଆମ୍ବରେ ଅଛି ଜାଣ ପିଲାଏ ବିଶେଷ ଜୀବସାର, ବଢାଏ ସିଏ ପ୍ରତିରୋଧକ ଶକତି ନିରନ୍ତର । ପାଚିଲା ବେଳେ ଭାରି ସେ ମିଠା କଞ୍ଚାରେ ଟିକେ ଖଟା, ତା ପରି ନିତି ଖଟା ମିଠାରେ ସଂସାର ଭାଗବଣ୍ଟା । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨