ସାଧବ ବୋହୂ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ. ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b7686dc544.html ସାଧବ ବୋହୂ ଲୋ ସାଧବ ବୋହୂ, ଘୋର ନିଦାଘରେ କୋଉଠି ଥାଉ, ବରଷା ଝରିଲେ ନାଲିପାଟ ପିନ୍ଧି ମନ ଖୁସିରେ ତୁ ବାହାରିଯାଉ! ସାଧବ ବୋହୂ ଲୋ ସାଧବ ବୋହୂ, ପାଟ ଦିଶେ ତୋର କି ଦାଉ ଦାଉ! ଶିଖେଇଦେ ମୋତେ କେଉଁ ସାବୁନରେ ପାଟଟି ଧୋଉ ତୁ ପାଟଟି ଥୋଉ । ସାଧବ ବୋହୂ ଲୋ ସାଧବ ବୋହୂ , ସତରେ ବଢିଆ ତୋହରି ବୋଉ, ଶିଖେଇ ଦେଇଛି କେତେ ଭଲ କଥା ଦୁଧ - ସର - ଭାତ ଖୋଉ ଖୋଉ । ∎ ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ.