ମଙ୍ଗଳବାର ଦୀନବନ୍ଧୁ ପୋଇ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-b761d2fba0.html ମା` ମଙ୍ଗଳା  ମଙ୍ଗଳ ବାରେ ପାଏ ମନ୍ଦିରେ ପୂଜା ମନ୍ଦାର ଫୁଲ ଗଛରୁ ତୋଳି ଦିଅନ୍ତି ନେଇ ଅଜା । ହେଉ ମଙ୍ଗଳା ଅବା ତାରିଣୀ ଏ ବାର ତାଙ୍କ ପ୍ରିୟ ପୂଜିଲେ ତାଙ୍କୁ ମଙ୍ଗଳବାରେ ନିଶ୍ଚେ ହୋଇବ ଜୟ । ହନୁମାନଙ୍କ ଏ ବାର ପୁଣି ଅଟଇ ଅତି ପ୍ରିୟ ଗାଇଲେ ତାଙ୍କ ଚାଳିଶା ଆଜି ମନେ ନ ଆସେ ଭୟ  । ସପ୍ତାହର ଏ ତିଆସୀ ଅଟେ ଏଇ କଥାକୁ ଜାଣ ଆମ ସଂସ୍କୃତି ତା ପୂଜାବିଧି ଏହା ଆମ ପ୍ରମାଣ । ∎ ଗୋରଡ଼ାପାଳ, କରମୂଳ ଢେଙ୍କାନାଳ, ଦୂରଭାଷ- ୯୯୩୮୮୦୨୪୧୨