ଆସିଛି ରଜ ଧୀରେନ ମିଶ୍ର ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-b748663012.html ଆସରେ କୁନା ମଇନା ମୁନା ଆଉ ଯେତେକ ସାଥି ଆସିଛି ରଜ ହୋଇଣ ସଜ ଖେଳରେ ଯିବା ମାତି । ଖାଇବା ମିଠା ଆରିସା ପିଠା ଖିରୀ, କାକରା, ପୋଳି ଗଛ`ତ କାହିଁ ଦିଶଇ ନାହିଁ ବାନ୍ଧିବା ପାଇଁ ଦୋଳି । ଧାଇଁ ଦଉଡି ଲୁଡୁ, କଉଡି ପଟା ଯୋଗାଡି ଆଣି ଡୁ-ଡୁ,ବାଗୁଡି ଖୋ-ଖୋ,କବାଡି ବୋହୁ-ବୋହୁକା ରାଣୀ । ସାଇ ଭାଇରେ ମିଳି ଯାଇରେ ଏହି ବାରତା ଦେବା ଏକରେ ଆନ ତୁଟାଇ ମାନ ବରିବା ଦେଶସେବା । ରୋଇଲେ ଗଛ ହୋଇବ ସ୍ବଚ୍ଛ ଆମରି ପରିବେଶ ଗ୍ରୀଷମ ଦାଉ ନଥିବ ଆଉ ହସିବ ସୁନାଦେଶ । ∎ ଶୁଶୁଡା, ଅନୁଗୋଳ ମୋ - 7978087891