ହସିଲା ଗହୀର ମାଳ ଡକ୍ଟର ଲଷ୍ମୀ କାନ୍ତ ଖୁଣ୍ଟିଆ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-b70752bad1.html ବରଷା ଝରିଲା ଝରଝର ହୋଇ କ୍ଷେତରେ ଭରିଲା ପାଣି ବେଙ୍ଗନନା ସାଥେ ବୁଲି ବାହାରିଲା ଫୁଲେଈ ବେଙ୍ଗୁଲୀ ନାନୀ. ନାନୀ ହସି କହେ ଦେଖୁଛ କେମିତି ହୋଇଛି ବଢିଆ ପାଗ ଏମିତି ବେଳରେ ମନ ମୋ ହେଉଛି ଗୀତଟେ ଗାଇବି ଆଗ. ଗୀତ ମୁଁ ଗାଇଲେ ପାଳି ଧରିବୁ ତୁ ଗୀତବୋଲା ଯିବ ଜମି କେହି କହିବେନି ନକରା ଗାଉଛି ସଂଗୀତରେ ଅଛି କମି. ଗୀତ ସାଥେ ଆମେ କରିବା ନାଚରେ ସଭିଏଁ ମାରିବେ ତାଳି ଏମିତି ପାଗରେ ଖୁସି ହୋଇଯିବେ କେହି ଦେବେ ନାହିଁ ଗାଳି. ଘୁଙ୍ଗୁର ନାଇକି ବେଙ୍ଗୁଲୀ ନାଚିଲା ବେଙ୍ଗ ଦେଲା ସାଥେ ତାଳ ବରଷା ଝରିଲା ଝରଝର ହୋଇ ହସିଲା ଗହୀର ମାଳ. ∎ କ୍ୱାର୍ଟର ନମ୍ବର ଆଇ ଭି 50/1 ୟୁନିଟ -3, ଖାରବେଳନଗର ଭୁବନେଶ୍ୱର 751001 ଭ୍ରାମ୍ୟଭାଷ :6372915418