ସୁନା ପିଲା ହବା ଡ଼ାକ୍ତର ଅଶୋକ କୁମାର ସେଠୀ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b4898e5802.html ଆସ ଆସ ଭାଇ ପଢ଼ିବା ଗୀତା ବୁଝି ନପାରି ଲେ ନକର ଚିନ୍ତା ଆସ ଆସ ଭାଇ ଖାଇବା ପିତା ରୋଗ ହବନି ହବା ଜଗତ ଜିତା ସଞ୍ଜ ସକାଳେ ନିତି ଯିବା ରେ ଝାଡ଼ା ବ ଇଦ ହବନି ଆମ ପାଇଁଲୋଡ଼ା ଖାଇବା ଆଗରୁ ଧୋଇବା ହାତ ଗରମ ଖାଈଵା ତରକାରୀ ଭାତ ଚୋବାଇ ଚୋବାଇ ଖାଦ୍ୟ ଖାଇବା ତାହା ହେଲେ ସୁଆଦ ଯାଣିବା ଚୋବାଇ ଖାଇଲେ ଗଡ଼ଇ ଲାଳ ପେଟରେ ହବନି ଗଣ୍ଡଗୋଳ ସକାଳୁ ନିତି କରିବା ରେ ଯୋଗ ହବନି ଆମକୁ କେଭେ ରୋଗ ସଡ଼କ ନିୟମ ମାନି ବାଟଚାଲିବା ବାଟ ଘାଟ ସଫାସୁତୁରା ରଖିବା ଗଛ ଲଗାଇ ବା ଆମେ ଗଣି ଗଣି ବଞ୍ଚାଇ ବା ନିତି ଦେଇ ପାଣି ଏହି କଥା ମାନି ନିତି ଚଳିବା ସୁନା ପିଲା ଆମେ ସଭିଏଁ ହବା ∎ ଖୁଣ୍ଟକଟା ,ଆଠଗଡ଼ ମୋ ୯୯୩୮୭୭୦୬୯୭