ଗଣପତିଙ୍କ ପୂଜା ଡ. ବିଜୟା ପାତ୍ର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-b47c236b30.html ଭାଦ୍ରବ ଆସିଲା ଶରତ ହସିଲା ଖୁସିର ପସରା ନେଇ ଦେବ ଗଣପତି ପୂଜା ବେଳ ହେଲା ଧରଣୀ ଉଠିଲା ଚେଇଁ। ସବୁଠାରେ ପ୍ରଭୁ ହେବେ ବିରାଜିତ ଦେବାଳୟେ, ବିଦ୍ଯାଳୟେ ସୁସଜ୍ଜିତ ବେଶେ ହୋଇବେ ଶୋଭିତ ଘରେ ଅବା କାର୍ଯ୍ୟାଳୟେ। ବିଘ୍ନରାଜ ସେତ ଗିରିଜା ନନ୍ଦନ ଅଗ୍ରପୂଜ୍ୟ, ଶିବ ସୁତ ଶୁକ୍ଲ ଚତୁର୍ଥୀରେ ମୂଷିକ ବାହନେ ଚଢି ହେବେ ଉଦ୍ଭାସିତ। ବକ୍ରତୁଣ୍ଡ ନାମେ ଖ୍ଯାତ ସେତ ପୁଣି ହେରମ୍ବ, କାର୍ତ୍ତିକ ଭ୍ରାତା ପାଶ ଓ ଅଂକୁଶଧାରୀ, ଗଜାନନ ଏକ ଦନ୍ତ, ଦୁଃଖହର୍ତ୍ତା। ମୋଦକ ପ୍ରିୟ ସେ ମହାକାୟ ରୂପ କୋଟି ସୂର୍ଯ୍ୟ ସମ ପ୍ରଭା ଲମ୍ବୋଦର ନାମେ ବିଶ୍ବ ରେ ବିଦିତ ଦିବ୍ଯକାନ୍ତି ମନଲୋଭା। ଲୋହିତ ବସ୍ତ୍ର ଓ ରକ୍ତ ବର୍ଣ୍ଣ ପୁଷ୍ପେ ତାଂକର ଶରଧା ଅତି ବଢେ ଗ୍ଯାନ, ବୁଦ୍ଧି ,ଭକତି କୁସୁମ ଅରପିଲେ ତାଂକୁ ନିତି। ∎ କୋଟି ତୀର୍ଥ ଲେନ୍ ଭୁବନେଶ୍ୱର-୨ ମୋ-୯୪୩୭୦୧୪୩୨୨