ବାଟରେ ପଣସ ଗଛ ଡକ୍ଟର ଅରୁଣ କୁମାର ପଣ୍ଡା ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b43f2eb340.html ଗୁଣ୍ଡୁଚି ଯାଉଛି ଡେଇଁ ଡେଇଁକା ବାଟରେ ପଣସ ଗଛ ଗଛରେ ବସିଛି କାଳିଆ ହନୁ ଲମ୍ବିଛି ତାହାର ପୁଚ୍ଛ । ଗୁଣ୍ଡୁଚି କହିଲା “ଜୁହାର ଭାଇ! ବହୁ ଦିନ ପରେ ଦେଖା ଆଉ କ`ଣ କେହି ପାଖରେ ନାହିଁ ବସିଅଛ ଏକା ଏକା?” “ଯାଇଥିଲୁ ଆମେ ଗୋପାଳପୁର ଚାଷୀର ବିଲରେ ପଶି ଖାଇଲୁ ପରିବା ଚାଷୀ ରାଗିକି ଦେଲା ଦି`ପାହାର କଷି । କିଏ ତ କୁଆଡ଼େ ପଳାଇ ଗଲେ ଏକା ମୁଁ ଏଇଠି ଅଛି” ଉଦାସ ମନରେ କହିଲା ହନୁ ଆଖିରୁ ତା` ଲୁହ ପୋଛି । ଗୁଣ୍ଡୁଚି କହିଲା “ଛାଡ଼ ସେ କଥା କଅଣ ବା ହେବ ଭାବି ବିପଦେ ଆପଦେ ସାହସୀ ହେବା କହିଛନ୍ତି ପରା କବି । ପଣସ ପାଚିଛି ବାସନା ପାଇ ହେଲାଣି ତ ଭାରି ଲୋଭ ତୋଳି ଆଣ ବେଗେ ଖାଇବା ପେଟେ ପଛ କଥାରେ କି ଲାଭ?” ∎ ସା./ପୋ. - ତୋଟାପଡ଼ା, ଭାୟା - ଘଣ୍ଟେଶ୍ୱର ଜିଲ୍ଲା - ଭଦ୍ରକ-୭୫୬୧୨୯ ମୋ. : ୯୯୩୭୬୭୨୭୦ାର୍