ଭକ୍ତ ହୁଏ ଖୁସିରେ ମିନତି ପଟ୍ଟନାୟକ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-b4063f9f78.html ଗୁଳୁ ଗୁଳି ଖରାରେ ଠାକୁର ଗାଧୋଇ ଥାନ୍ତି ଶହେ ଆଠ ଗରାରେ ସାରି ସ୍ନାନ ଯାତରା ଜ୍ଵର ରେ ପଡନ୍ତି ପୁଣି ତିନି ଦିଅଁ ବିଚରା ଘୋଡ ଲାଗି ହୁଅନ୍ତି ଅଲାର ନାଥ ପୀଠରେ ଦରଶନ ଦିଅନ୍ତି ଖାଇ ପଥି ପାଚନ ସୁସ୍ଥ ହୋଇ ଫେରେ ତାଙ୍କ ରୂପ ନବ ଯୌବନ ଭକତ ଙ୍କ ପାଇଁକି ଦରଶନ ଦେବା ପାଇଁ ଆସନ୍ତି ସେ ଧାଇଁକି ବସି ତିନି ରଥରେ ବଡ଼ ଦାଣ୍ଡେ ବୁଲିବାକୁ ହୁଏ ରଥ ଯାତରେ ରହି ପୁଣି ବାଟରେ ମାଉସୀ ମା ପୋଡ଼ ପିଠା ଖାଇ ପୁରେ ପେଟରେ ହୁଏ ଘୋଷ ଯାତରା ଟାଣ ଟାଣ ଖରା ନାହିଁ ଝରେ ବର୍ଷା ଅସରା ରହି ଜନ୍ମ ବେଦୀ ରେ ନବଦିନ ଯାତ୍ରା ସାରି ଫେରନ୍ତି ଶ୍ରୀ ମନ୍ଦିରେ ସୁନାବେଶ ହୁଅନ୍ତି ଭାଇ ଭଉଣୀ ଙ୍କ ସାଥେ ରସଗୋଲା ଖାଆନ୍ତି ମିଠା ନେଇ ଖୁସିରେ ମା ଲଷ୍ମୀଙ୍କ ରୋଷ କୁ ଭାଙ୍ଗନ୍ତି ସେ ହସିରେ ଭକ୍ତ ହୋଇ ହରଷ ଆସିବାକୁ ମନ କରେ ପୁଣି ଆର ବରଷ....... ∎ ନୀଳଚକ୍ର ନଗର, ଅଠର ନଳା ପୁରୀ -752002 9337696227