ଟିକି ବନ ଝରଣା ନିରାକାର ଚଇନି ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-b3e3566468.html ହସି ହସି ଟିକି ବନ ଝରଣାଟି  ପାହାଡ଼ କୋଳରୁ ଝରି  ନୂଆ ଦୁନିଆକୁ ଚାହିଁଲା ଘଡ଼ିଏ  ଆଖି ମିଟି ମିଟି କରି, କୁନି ଝିଅଟିଏ ପରି  ଆନମନା ହୋଇ ଧାଇଁଲା ଆଗକୁ  ଅସୁମାରି ଆଶା ଭରି। ଟିକି ତନୁ ତା`ର ଝଲସି ଉଠିଲା  ସୂରୁଯ କିରଣ ପାଇ  ପ୍ରବଳ ବେଗରେ ଆହୁରି ଧାଇଁଲା  କୁଳୁ କୁଳୁ ଗୀତ ଗାଇ, କେତେ ପଶୁ ଆଉ ପକ୍ଷୀ  ସଭିଙ୍କୁ ଆଦରେ ଜଳ ଦାନ କଲା  ଦେଲାନି କାହାକୁ ଠକି। ଦୁଇ କଡ଼େ ଥିବା ଗଛଲତାଙ୍କୁ ସେ  କହିଲା ମନର କଥା  ଟିକିଟିଏ ବୋଲି ସେମାନଙ୍କ ଆଗେ  ନୁଆଁଇଲା ଧିରେ ମଥା, ଚାଲିଲା ଆଗକୁ ବହି  ଫେରି ପାରିଲାନି ଆଉ ସେ ପଛକୁ  ଦେଖିଦେଲା ଯେବେ ନଈ। ∎ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁବୁଦ୍ଧିସାହି, ଜଗମୋହନପୁର, କେନ୍ଦୁଝର -୮୪ ମୋ – ୮୨୪୯୩୮୭୯୭୩