ଶରତ ଆସିଛି ବାରତା ନେଇ ଡ. ସନାତନ ପଣ୍ଡା ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-b397947670.html ଶରତ ଆସିଛି ବାରତା ନେଇ ଆସିବେ ମରତକୁ ମା` ଓହ୍ଲେଇ ହସୁଛି ସାଗୁଆ କ୍ଷେତ ଗାଏ ଚାଷୀଭାଇ ଗୀତ ମାଳତୀ ଗଙ୍ଗଶିଉଳି ସୁରଭି ଶୋଭା ଚକିତ କାଶତଣ୍ଡୀ ଫୁଲ ହସେ ମୁଣ୍ଡ ହଲେଇ || ଦେବୀ ଆଗମନ ଜାଣି ସଜ ହେଲାଣି ଧରଣୀ ଝଲମଲ କରେ ମେଢ଼ ବାଜୁଛି ବାଜା ରୋଷଣୀ ମହିଷା ମର୍ଦ୍ଦିନୀ ମା` ଆଦିଶକ୍ତି ଯୋଗମାୟା ହରିବେ ଧରାରୁ ଦୁଃଖ ଭକତେ କରି ସୁଦୟା ଜୟ ମା` ଜୟ ମା` ଜୟ ମା` ଜୟ ମା` ବିଜେ ହୋଇବେ ବିଜୟା ପାର୍ବଣ ନେଇ ... ଶରତ ଆସିଛି ବାରତା ନେଇ ....|| ସବୁରି ଘରେ ଗହଳ ବନ୍ଧୁ ପରିଜନ ମେଳ ମାଆଙ୍କ ଆଶିଷ ବଳେ ଭୁଲନ୍ତି ଦୁଃଖ ଜଂଜାଳ ଗାଆଁରୁ ସହର ଯାଏ ଘରେ ଘରେ ସାଜସଜା ପିଠା ମିଠା ଖିରିପୁରି ଆହାକି ପାର୍ବଣ ମଜା ଦରଶନେ ଦଶଭୂଜା ଶକ୍ତି ମିଳଇ ଶରତ ଆସିଛି ବାରତା ନେଇ ....|| ଜୟ ମା` ଜୟ ମା` ଜୟ ମା` ଜୟ ମା`….. ∎ ଫୋନ-9437114952