ଅନ୍ଧକାର ଘୋଟିଲା ଡକ୍ଟର ଅରୁଣ କୁମାର ପଣ୍ଡା ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b248a52dd8.html ଅନ୍ଧକାର ଘୋଟିଲା ତାରା ଫୁଲ ଫୁଟିଲା ବସାରୁ ବାହାରି ପେଚା ବାଦୁଡ଼ିକୁ ଭେଟିଲା। ବାଦୁଡ଼ିଟି ମଜାରେ ଧରି ମିଠା, ଖଜାରେ ଯାଉଥିଲା ବିକିବାକୁ ପୀରହାଟ ବଜାରେ। ପେଚା ତାକୁ ଧଇଲା ମିଠା ଦେବୁ କହିଲା `ଝିଅ ବାହାଘର ମୋର ଜାନୁଆରୀ ପହିଲା।` `ଦେ` ଆଗ ବଇନା କର ନାହିଁ ବାହାନା ଆରଥର ବାକି ଅଛି ଏଯାଏ ତ ଦେଇନା?` `ଏଇଥର ଶୁଝିବି ତୋ` କଥା ବୁଝିବି ଅଭାବୀ-ସଂସାର ମୋର କେତେ ଆଉ ଯୁଝିବି।` ଗ୍ରା./ପୋ.-ତୋଟାପଡ଼ା, ଭାୟା-ଘଣ୍ଟେଶ୍ୱର, ଜି.-ଭଦ୍ରକ-୭୫୬୧୨୯ ମୋ. : ୯୯୩୭୬୭୨୭୦୮ E-mail :