ବରଷକ ପରେ ଆସିଛି କାଳିଆ ଡକ୍ଟର ରବିନାରାୟଣ ସାହୁ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-b208ef2172.html ବରଷକ ପରେ ଆସିଛି କାଳିଆ ଶୀରି ମନ୍ଦିରରୁ ବଡ଼ ଦାଣ୍ଡ କୁ ଉଛୁଳି ପଡୁଛି ସାରା ପରିବେଶ ଭକତ ଡାକୁଛି ଜଗନ୍ନାଥଙ୍କୁ । ହଲି ହଲି ଝୁଲି ପାହୁଣ୍ଡ ପକେଇ ଅଧରେ ଫୁଟେଇ ହସ ନାଲିଆ ଓହ୍ଲେଇ ଆସନ୍ତି ବାଇଶି ପାହାଚେ ସାଥିରେ ସୁଭଦ୍ରା ଭାଇ ବଳିଆ। କି ସୁନ୍ଦର ଶୋଭା ବଡ଼ଦାଣ୍ଡ ପରେ ଠିଆ ତିନି ରଥ ଅପୂର୍ବ ବେଶେ ଛଳ ଛଳ ଆଖି ଜଳ ଜଳ ହୋଇ କେତେ ସରାଗରେ ସେଇଠି ମିଶେ। ଦିବ୍ୟ ପାଲିଙ୍କିରେ ବିଜେ ହୋଇ ରାଜା କରିଥାନ୍ତି ଯେବେ ଛେରାପହଁରା ଘୁଁ ଘୁଁ ନାଦେ ଜନ ସମୁଦ୍ରରେ ଗଡ଼େ ତିନି ରଥ ବୋଇତ ପରା। ବାଟ କାଢି ଚାଲେ ଆଗେ ତାଳଧ୍ଵଜ ମଝିରେ ଆସଇ ଦେବଦଳନ ଲିଳା ଖେଳା କରି ନନ୍ଦିଘୋଷ ପରେ ଆସିଥାଏ ଶେଷେ ଚକାନୟନ। ନଅ ଦିନ ରହି ଯଜ୍ଞ ବେଦୀ ଠାରେ ବାହୁଡି ଆସନ୍ତି ଶିରି ମନ୍ଦିର ସୁନା ବେଶ ସାରି ଚତୁର୍ଦ୍ଧା ମୂରତି ଫେରି ଯାଇଥାନ୍ତି ନୀଳକନ୍ଦର। ∎ ସମ୍ପାଦକ `କଳାମାଣିକ` ସ୍ମୃତି ନଗର ବରଗଡ଼-୨୮ ଭ୍ରାମ୍ୟଭାଷ – ୯୮୬୧୦୮୯୩୪୮