ହେବୁ ଜଗତଜିତା ରତ୍ନାକର ଦାସ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-b05a795354.html ଅଶି ବରଷ ଜେଜେମା ବୁଢ଼ୀ ସକାଳେ ଶେଯ ଛାଡ଼ି ଦାଣ୍ଡ ଅଳିଆ ଖରକୁଥିଲା ହାତରେ ଧରି ଝୁଡ଼ି ।୧। ଗେହ୍ଲୀ ନାତୁଣୀ କହିଲା ତାକୁ ଚାଲୁଛ ତୁମେ ନଇଁ କାହିଁକି ପୁଣି କାମ ଯେ କର ବୁଝିପାରୁନି ମୁହିଁ ।୨। ତୁଣ୍ଡ ଖୋଲିଲା ଜେଜେ ମା ବୁଢ଼ୀ କହିଲା ଆଲୋ ଗେହ୍ଲୀ ଅକଲ ତୋର ଅଛି କି ନାହିଁ ବାରେ ପରଖୁଥିଲି ।୩। ଜାଣିଲି ଏବେ, ନାତୁଣୀ ତତେ ସାବାସୀ ଦେଲି ମୁହିଁ ବୁଦ୍ଧି ଖଟାଇ ଏମିତି କଥା ବହିବୁ ଯଦି ତୁହି ।୪। ମାଡ଼ିଚାଲିବୁ ଆଗକୁ ସଦା ଅରଜି ସଫଳତା ଜୀବନସାରା ହାରିବୁ ନାହିଁ ହେବୁ ଜଗତଜିତା । ସଦସ୍ୟ-ଶିଶୁ କିଶୋର ସାହିତ୍ୟ ଏକାଡ଼େମୀ > ଓଡ଼ିଶା,