ଆସେ ରଜ ପରବ ଜୟକୃଷ୍ଣ ସାହୁ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-af49827314.html ଆସେ ରଜ ପରବ, ଓଡ଼ିଆଙ୍କ ଗରଵ ରଜଦୋଳି ଖେଳାଖେଳି କୋଳାକୋଳି ସରଵ। ରଜ ସଙ୍ଗେ ଓଡ଼ିଆ, ଭାଵ ଭାରି ଵଢ଼ିଆ ପୋଡ଼ପିଠା ଭାରି ମିଠା ଜାଣିଥାରେ ଧଡ଼ିଆ। ରଜ ସଜ ମଉଜ, ଲାଗେ ଭାରି ସହଜ ସଜେଇ ଖଞ୍ଜେଇ ଦିଏ ଥିଲେ ସୁନା ଭାଉଜ। ରଜପାନ ଵଢ଼ିଆ, ଯଦି ହୁଏ ଵିଡ଼ିଆ କା` ପାଇଁ ସୁଆଦ ପୁଣି ମସଲାର ପୁଡ଼ିଆ। ଗାଆଁ ଦାଣ୍ଡ ଖେଳରେ, ହସେ ସାଥୀ ମେଳରେ ପଶା ତାସ୍ ଖେଳିଥାନ୍ତି ହୋଇ ଦଳ ଦଳରେ। ସାଇ ଵୁଲା ଆଳରେ, ସାଙ୍ଗସାଥୀ ମେଳରେ ଝିଅମାନେ ମାତିଥାନ୍ତି ଝୁଲି ଦୋଳି ଖେଳରେ। ତିନି ଦିନ ରହଣି , ଶେଷେ ନିଏ ମେଲାଣି ସେନେହ ଶରଧା ଵାଣ୍ଟି ଲେଖେ ନୂଆ କାହାଣୀ। ∎ କପିଳ ପ୍ରସାଦ, ଭୁବନେଶ୍ୱର -୨ ମୋ-୯୯୩୭୦୯୨୩୯୭.