ପିଲାଟି ବୋଲି ରବୀନ୍ଦ୍ରନାଥ ମାଝୀ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-aeee488b2e.html ପିଲା ଥିଲି,କଲି କାଗଜ ଚକିରୀ ପବନରେ ଘୁରେ ଘାଉଁରି ପଙ୍ଖା ଘୁରଇ ବିଜୁଳି ବଳରେ ଯେମିତି ଘୁରେ ମୋ ଚକିରୀ। ପିଲା ଥିଲି, କଲି କାଗଜ ଡଙ୍ଗା ପାଣିରେ ଦୋହଲି ଭାସିଲା ନଉକା, ବୋଇତ, ଜାହାଜ ଭାସୁଛି ଥାଉ କି ନ ଥାଉ ଆହୁଲା। କାଗଜରେ ଗଢ଼ା ଉଡ଼ାଜାହାଜକୁ ଉଡାଇଲା ନେଇ ପବନ ଆକାଶେ ଉଡୁଛି ଉଡ଼ାଜାହାଜଟା ସତ ହୋଇଗଲା ସପନ। ମୋ ଛୋଟ ମନରେ ଲୁଚିଅଛି କେତେ ବଡ଼ ବଡ଼ କଥା ସତରେ ପିଲାଟି ବୋଲିକି ନାଆଁ ମୋର ନାହିଁ କେଉଁ ବିଜ୍ଞାନ ବହିରେ। ∎