ନାଆଁ ଟି ମୋର ବଉଳ ଦେବାଶିଷ ଚକ୍ରବର୍ତ୍ତୀ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-aead9f8174.html ମହାପ୍ରଭୁଙ୍କର ଶ୍ରୀଅଙ୍ଗ ରେ ଯେଉଁ ସେନାପଟା ହୁଏ ଭିଡା ତୁମେ କି ଜାଣିନ ମୋହରି କାଠରେ ହୋଇଥାଏ ତାହା ଗଢା? ଫଳଟି ମୋହର କୋଳି ଆକାର ର ଶୁଆଥଣ୍ଟ ପରି ନାଲି କଷାଳିଆ ମିଠା ସୁଆଦ ତାହାର ଖାଇଲେ ହୁଏନି ଭୁଲି । ନାକଫୁଲ ପରି ଅତି ଛୋଟଛୋଟ ଫୁଲ ଅଟେ ସିନା ମୋର ଚଉଦିଗ କିନ୍ତୁ ମହକି ଉଠଇ ମିଠା ସୁବାସରେ ତାର। ମାଆକାନି ପରି ବିଛେଇ ଦିଅଇ ଗହଳ ଶୀତଳ ଛାଇ ଥକା ବାଟୋଇ ର କଷଣ ଅଚିରେ ଦୂର କରିଥାଏ ମୁହିଁ। ମୋହରି ଦିହରେ ଭରି ରହିଅଛି ନାନାଜାତି ଓଉଷଧି ଯାହାକୁ ସେବନ କରିଲେ ଦୂରେଇ ଯାଇଥାଏ ରୋଗବ୍ୟାଧି। ଏଥର ପିଲାଏ ପାଇ ସାରିବଣି ପରିଚୟ ନିଶ୍ଚେ ମୋର ଅଟେ ମୁଁ ସବୁରି ଅତି ଉପକାରୀ ନାଆଁ ଟି ମୋର ବଉଳ । ∎ ମଣ୍ଡୁଆ, କେନ୍ଦୁଝର ଗଡ ମୋ ୯୪୩୭୭୫୨୩୯୫