ଫଳର ରାଜା ପ୍ରଭାତ ନଳିନୀ ସାହୁ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-ad3eebfe5f.html ଭାରି ସୁଆଦିଆ ଫଳଟି ସିଏ ଆମ୍ବ ତାହାର ନାଁଆ, ଖାଉଥିଲେ ରସ ବୋହୁଥାଏ ଟି ଯେତେ ଖାଇବ ଖାଆ। ସୁନ୍ଦରୀ ଆମ୍ବ ଭାରି ସୁନ୍ଦର ଲାଲ ଟୁକ୍ ଟୁକ୍ ଦେହ, ରସଟି ତାର ଭାରି ମଧୁର ପାଚିଲା ବାଛି ଖାଅ। ବାଇଗଣପଲୀ ଅତି ଫୁଲେଇ ସୁଆଦ ବାସ୍ନା ଭରା, ହଳଦି ରଙ୍ଗ ଦେହରେ ମାଖି କରେ କେତେ ଯାତରା। ଫଜିଲ୍ ଆମ୍ବ ଫାଜିଲ୍ ବେଶୀ ଦେହଟି ତା ସବୁଜ, ଦେଖିଲେ ଥରେ ଖାଇବାପାଇଁ ପାଟିଟି ଖଜବଜ। ନାକେଇ ଆମ୍ବ ନାକଟି ଲମ୍ବା ଦେହ ତା ଟିକେ ବଙ୍କା, କଞ୍ଚା ଖାଅ କି ପାଚିଲା ଖାଅ ଅସୁଲ ହୁଏ ଟଙ୍କା। ନେଙ୍ଗଡା,ଚଉସା,ଦୋସରୀ ଆମ୍ବ ସଭିଏଁ ଭାଇ ଭାଇ, ଦେଶୀ ଆମ୍ବ ତ ମଧୁର ଖଟା ଗରିବ ସଖା ସେଇ। ସବୁ ଫଳର ରାଜା ବୋଲାଏ ଖରା ଦିନରେ ଆସେ, ଗଛରେ ପାଚି ବାଲିରେ ବସେ ମହମହକି ବାସେ। ∎ ଆର୍.ପି.୬୭ , ପାଣ୍ଡବ ନଗର ଟଙ୍କପାଣି ରୋଡ୍, ବଡଗଡ ବ୍ରିଟ୍ କଲୋନୀ ଭୁବନେଶ୍ବର-୧୮