ରଜ ପରବ ଜୟକୃଷ୍ଣ ସାହୁ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-ac9cf17257.html ବୋଉ ଡାକିଦିଏ ସକାଳୁ ସକାଳୁ ଆଜି ତ ପହିଲିରଜ ଯାଆ ଧନ! ମୋର ସହଳ ସହଳ ହୋଇଜା ତୁ ସଜବାଜ ବନାଇଛି ପୋଡ଼ପିଠା, ବଜାରକୁ ଯାଇ ଆଣିଛନ୍ତି ବାବା ଭଳିଭଳି କେତେ ମିଠା। ଦୋଳିଟିଏ ଆଣି ବାନ୍ଧିଦେଇ ଅଛି ବାଡ଼ି ଆମ୍ବ ଡାଳେ ଭାଇ ଯାଇ ରଜଦୋଳି ଖେଳିବୁ ଖୁସିରେ ସଂଗେ ସାଙ୍ଗସାଥୀ ନେଇ ଭାଉଜ ବସିଛି ଚାହିଁ, ପାଦରେ ପାଉଜି ଅଳତା ଲଗାଇ ବେଶ କରିଦେବା ପାଇଁ। ପାନର ସୁଆଦ କେଜାଣି କାହିଁକି ରଜରେ ନିଆରା ଲାଗେ ରଜପାନ ଖାଇ ମଜା ନେବାପାଇଁ ମନରେ ପୁଲକ ଜାଗେ ଆମ ମନକଥା ଜାଣି, ମୋ ସୁନାଭାଉଜ ଦୁଇଚାରିଖଣ୍ଡ ଭାଙ୍ଗି ଦେଇଥାନ୍ତି ଆଣି ଗାଆଁଦାଣ୍ଡ ପଡ଼େ ଫାଟି, ପଶା ତାଆସର ଖେଳର ଆସରେ ସରବେ ଥାଆନ୍ତି ମାତି। ∎ କପିଳ ପ୍ରସାଦ,ଭୁବନେଶ୍ବର-୨ ମୋ-୯୯୩୭୦୯୨୩୯୭.