ହସ ଡଃ ସ୍ୱର୍ଣ୍ଣ ଲତା ତ୍ରିପାଠୀ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-ac4777362d.html ଶିଶୁ ହସିଲେ ଦୁନିଆଁ ହସେ ସବୁରି ମୁଖରେ ହସ, ହସିଲେ ଖୁସି ଆନନ୍ଦ ମିଳେ ଜୀବନ ମଧୁ ସରସ । ହସି ହସାଇବା ବୁଦ୍ଧି ଖଟାଇବା ନିର୍ମଳ କରିବା ମନ, ମନ ଖୋଲା ହସ ଝଲକର ଭାବ ଶିହରଇ ମନ ପ୍ରାଣ । ନିର୍ମଳ ବିଚାର ଶୁଦ୍ଧ ସାକାର ହସ ମନ ପ୍ରଫୁଲ୍ଲତା, ଶରୀର ଶିଥିଳ ମନକୁ ହାଲୁକା ସହଜରେ ସରସତା । ସ୍ବାସ୍ଥ୍ୟ ପାଇଁ ଭଲ ମନ ଖୋଲା ହସ ମାଗଣା ଟନିକ୍ ଭଳି, ସହଜରେ ମିଳେ ସବୁଠାରେ ମିଳେ ହସ ଏକ ଶକ୍ତିଶାଳୀ । ହସ ମହୋଷଧି ସ୍ୱାସ୍ଥ୍ୟର ଉନ୍ନତି ରୋଗର ପ୍ରତିରୋଧକ, ନିଜର ସୁରକ୍ଷା ଶକତି ସହାୟ ସୁନ୍ଦର ମଧୁ ମହକ । ସୁଯୋଗ ପାଇଲେ ହସି ହସାଇଲେ ଦୀର୍ଘାୟୁ ହେବ ଜୀବନ, ହସାଇବା ବ୍ୟକ୍ତି ଶକତି ତା` ମତି ଖୁସି ଆନନ୍ଦ ସକ୍ଷମ । ଥଟ୍ଟା,ମଜ୍ଜା ହସ କେବେ ଲଜ୍ଜା ହସ ମୁରୁକି ହସ ହସିବା, ଭାବରେ ଅନେକ ବାରତା ଦେଇକି ହସ ଦୁନିଆଁ ବାଣ୍ଟିବା । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ମଣ୍ଡଳ ସହ ଶିକ୍ଷା ଅଧିକାରୀ ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ।