ମୋ ଅନାବନା ଗୀତ ନୀଳମଣି ଚାନ୍ଦ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-ac313a0752.html ଡାକେ ହାମ୍ପ ହାଜରା ବାଜ ଖାଆ ବାଜରା ପାରା କ`ଣ ଖାଇଵ ସୋରିଷ ଖାଇବ ଖୁଣ୍ଟି ଯଦି ସିଏ ପାଇବ। ବଡ଼ ବାଡ଼ି ରାଜର ଲଗେଇଛି ଗାଜର ଠେକୁଆଟି ଖାଇବ ଦେଖିଲେ ଡାମରା କାଉ କାଆକାଆ ଗାଇଵ। ଡୁଡୁ ସେଠି ଡୁଙ୍ଗୁଛି ଦେଖିବାକୁ ଗୁଣ୍ଡୁଚି ବରଫଳ ଖାଇବ ଏଣେତେଣେ ଚାହିଁ ଦେଇ ଗୁଣ୍ଡୁଚିଟା ଧାଇଁବ। ବାହୁଡ଼ିରେ ବାଦୁଡି ଝୁଲେ ଡାଳ ଜାବୁଡ଼ି ଓସ୍ତ ଫଳ ଖାଇବ ରାତି ହେଲେ ଭଲ ତା`ର ନ ଶୋଇ ସେ ଚାହିଁବ। ଶୁଣି ହାମ୍ପ ହସିଲା ଆଈ ପାଖେ ବସିଲା ମ୍ୟାଉଁ ଗୋଟେ ଅଇଲା ଏତିକିରେ ଗୀତ ଲେଖା ଆଜି ପାଇଁ ସଇଲା। ∎ ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭