ଚିଆଁରେ ଚିଆଁ ପ୍ରଭାତ ଚନ୍ଦ୍ର ରଥ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-aaef2c47b0.html ଚିଆଁରେ ଚିଆଁ ପାଠ ପଢ଼ାବେଳେ ବୁଲୁଚୁ କିଆଁ ? ପରୀକ୍ଷା ଆସଇ ଧାଇଁ ପଢିଗଲେ ସିନା ତୋହରି କଲମ ଚାଲିବରେ ସାଇଁ ସାଇଁ । ଚିଆଁରେ ଚିଆଁ ପାଠ ପଢ଼ିସାରି ମାରିଲେ ଡିଆଁ ହେବୁରେ ଏମିତି ଖୁସି କ୍ଷୀର ଟୋପେ ଦେଖି ଖୁସି ହୋଇଯାଏ ଯେମିତି ତୋ ପୋଷା ପୁଷି । ଚିଆଁରେ ଚିଆଁ ତୁଚ୍ଛାରେ ହେବୁନି କେବେ ଛାନିଆ ଯେତେବେଳେ ଯେଉଁ କାମ ସେତେବେଳେ ତାହା ଯତନେ କରିଲେ ବୁଦ୍ଧି ହେବ ନାହିଁ ବାମ । ∎ ଫୋନ୍ ନଂ 8763302507.