କଦଳୀ ଜିତେନ୍ଦ୍ର ଚନ୍ଦ୍ର ସାହୁ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-aae59afe60.html କଦଳୀର ଭଜା ଲାଗେ ବଡ଼ ମଜା ଖାଦ୍ୟ ସଙ୍ଗେ ରହିଥିଲେ କୁନାକୁ ଆମର ରୁଚେ ନାହିଁ ଜମା ମାଆ ଯେତେ ବୁଝାଇଲେ । ଜେଜେ ମାଆ ଆସି କହିଲେ କୁନାକୁ ଅମଙ୍ଗ ହୁଅନା ଧନ କେତେ ଉପକାରୀ ଭଜା କଦଳୀ ଟି ଶୁଣ ଦେଇ ଟିକେ ମନ । କ୍ୟାଲ୍‌ସିୟମ ପୋଟାସିୟମ୍ ରହିଛି ରହିଅଛି ଫାଇବର ଅଳପ ବହୁତେ ଭିଟାମିନ୍ ଅଛି ରହିଅଛି ଶ୍ଵେତ ସାର । ଶରୀରର ହାଡ଼ କରିଥାଏ ଦୃଢ଼ ପ୍ରତିରକ୍ଷା ଶକ୍ତି ବଢ଼େ ମଧୁମେହ ପାଇଁ ଅତି ଉପକାରୀ ହଜମ ଶକ୍ତିଟି ବଢ଼େ । ଅନ୍ତନଳୀ ସଫା କରିଦେଇ ଥାଏ ଝରଇ ପାଚନ ରସ ଭଜା କଦଳୀର କେତେ ଗୁଣ ଅଛି ରୋଗ ହୁଏ କେତେ ନାଶ । ଡାଲମା,ସନ୍ତୋଳା, ଭଜା ତରକାରି କରଇ କିଏ ଚଟଣି କଞ୍ଚା କଦଳୀର ଉପକାର କଥା ପାରିଲୁତ ଏବେ ଜାଣି । ବୁଝିଗଲା କୁନା କଲା ନାହିଁ ମନା ଖାଇଲା ମନ ଖୁସିରେ ଜେଜେ ମାଆ କଥା ସାଙ୍ଗ ସାଥୀ ମେଳେ ନିତି କହେ ହରଷରେ । ∎ ବସୋଇ,ପରଜଙ୍ଗ, ଢେଙ୍କାନାଳ ମୋ.ନଂ-୯୭୭୬୪୫୪ ୮୦୦