କୁନାମୁନାଙ୍କ ପାଇଁ କମଳିନୀ ମଲ୍ଲିକ୍‌ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-a92dc46eb0.html ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ ରୁହ ଆରେ କୁନାମୁନା କେଉଁଆଡେ ଧାଇଁଛ ବୋଉ ପରା ଡାକୁଛି ଭାତ ବାଢି ତୁମ ପାଇଁ କେତେବେଳୁ ଚାହିଁଛି ।ା ଚିକିମିକି ଝିକିମିକି ତାରା ଭରା ଆକାଶ ଆସୁ ଯେତେ ଝଡଝଂଜା ବାଆ ଅବା ବତାସ କୁନାମୁନା ବଢିବେ ବିଦ୍ୟାବୁଦ୍ଧି ଅରଜି ସେ ନିଜକୁ ହିଁ ଗଢିବେ ।ା ଟିକ୍‌ଟିକ୍ ଠିକ୍‌ଠିକ୍ ଘଂଟା କହେ ସମୟ ସମୟକୁ ନଷ୍ଟ କଲେ ମିଳେ ନାହିଁ ଉପାୟ କୁନାମୁନା ବୁଝିଲେ ଯେତେବେଳେ ଯେଉଁ କାମ କରିବାକୁ ହେଜିଲେ ।ା ଥିରିଥିରି ଶିରିଶିରି ବହେ ଥଣ୍ଡା ପବନ ଶୋଇ ପଡି କୁନାମୁନା ଦେଖୁଥାନ୍ତି ସପନ ଜେଜୀମାର ଗପରେ କେତେ ନୀତିଶିକ୍ଷା ଅଛି ପୁଣି କେତେ ସତରେ ।ା କଳକଳ ଛଳଛଳ ବହିଯାଏ ତଟିନୀ ଆଜିର ଦିନଟି ଆଉ କାଲି ଫେରି ଆସେନି କୁନାମୁନା କୁହନ୍ତି ଭଲ କାମ କରେ ଯିଏ ସେଇ ବଡ ହୁଅନ୍ତି ।ା ∎ ଭୁବନେଶ୍ୱର ମୋ - ୯୮୫୩୫୨୩୮୮୩