ବଣ ଭୋଜି ଡକ୍ଟର ରଘୁନାଥ ସାହୁ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-a8fca5035b.html ନୂଆ ବରଷ ଆସିଲା ପାହାଡ ତଳିରେ ବଣ ଜଙ୍ଗଲରେ ଚିକେନ କଷା ଚାଲିଲା ନାଚ ଗୀତ ଜମୁଥିଲା ଏଇ ଖବରକୁ ଚତୁର ବିଲୁଆ ସିଂହ ରଜାକୁ କହିଲା ସିଂହ ରଜା ହସିଦେଲା ମୋ ରାଇଜ ପ୍ରଜା ଭୋଜିଟେ କରିବେ ବଣେ ଡୁଙ୍ଗୁରା ବାଜିଲା ll ରଜା ଆଦେଶ ପାଳିଲେ ଜଙ୍ଗଲ ରାଇଜେ ଯେତେ ପଶୁ ପକ୍ଷୀ ସଭିଏଁ ଏକାଠି ହେଲେ ଭାତ ତିଅଣ ରାନ୍ଧିଲେ ହନୁ ଓ ଗଧିଆ ଢୋଲ ବଜେଇଲେ କୋଇଲି ଗୀତ ଗାଇଲେ ମୟୁର ଭାଲୁ ନାଚିଲେ ହାତୀ ଥିଲା ଥିଲା କବିତା ପଢିଲା ସମସ୍ତେ ତାଳି ମାଇଲେ ll ପିଢ଼ା ପତର ପଡିଲା ବଢ଼ାବଢ଼ି ବେଳେ ପୁଷି ମାଉସୀର ପାଟିରୁ ଲାଳ ଗଡ଼ିଲା ମାଛ ଲୁଚେଇ ଖାଇଲା ଦରୁଆନ ବୁଢା ମୂଷା ଜଗିଥିଲା ପୁଷିକି ପାହାରେ ଦେଲା ସିଂହ ରଜା ରଡି କଲା ଶୃଙ୍ଖଳା ଭାଙ୍ଗିଲେ ଖାଇବା ବନ୍ଦ ପୁଷି କାନ ମୋଡି ହେଲା ସଭା ଶାନ୍ତ ପଡିଗଲା ବଣ ଭୋଜି ମଜା ହେଲା ll ∎ 9439665367