ରଜରେ ମଜା ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-a8446a480d.html ଆସୁଛି ରଜ କର ମଉଜ ଝିଅଙ୍କ ଏ ପରବ, ତିନିଦିନିଆ ଚାଷ ଭିତ୍ତିକ ଓଡ଼ିଶା ମାଟି ସରସ । କହିଲେ ମାମା ପୁଅ ଝିଅଙ୍କୁ ଖୁସିରେ କରିବା ମଜା, ଘର ବୁଲିବା ପିଠା ଖାଇବ। ସାଙ୍ଗଙ୍କୁ ହେବ ଦେଖା । ରିୟା, ରାହୁଲ୍ ଯୋଡ଼ି ଯାଆଁଳ। ପୁଅ ଓ ଝିଅ ମିଶି, କହିଲେ ମାମା ଗରମ ଦିନେ କି ମଜା କରିବା ବସି ? ମାମା କହିଲେ ନୂଆ ବରଷା ମାଟିରେ ଭିଜି ଯିବ, ସବୁଜ ଘାସ କଅଁଳି ଯିବ ଦେହ ବି ଥଣ୍ଡା ଲାଗିବ । ନାଚ,ଗୀତରେ ରଜ ଦୋଳିରେ ନୂଆ ପୋଷାକ ପିନ୍ଧି, କାମକୁ ଛାଡ଼ି ଖେଳ କୌତୁକ ମନ ଆନନ୍ଦେ ମାତି । ପହିଲି ରଜ ସଜବ।ଜରେ ସଜେଇ ହେବେ ଝିଅ, ପରେ ସଂକ୍ରାନ୍ତି ଭୂଇଁ ଦହନ ରଜରେ ମଜା ନିଅ । ∎ ( ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ, ପୁରୀ ସଦର ବ୍ଲକ୍ , ପୁରୀ, କୋଣାର୍କ ।