ବରାର ସାଙ୍ଗ ପକୁଡ଼ି ଧନଞ୍ଜୟ ସ୍ୱାଇଁ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-a7ddf036d0.html ବରାର ସାଙ୍ଗ ପକୁଡ଼ି ଗୁଲୁଗୁଲା ଟା ଗପୁଡ଼ି କୁନାକୁ ଲାଗେ କାକରା ଭଲ ମୁନାକୁ ଲାଗେ କଚୋଡ଼ି। ଗୁପୁଚୂପୁ ଟା ମଡମଡିଆ ସିଙ୍ଗଡ଼ା ଦିଶେ ତିନିକଣିଆ ପିଆଜି କହେ ମୋ ପରି ନୁହେଁ ନିମିକି, ସୁନୁପାମ୍ପଡ଼ି। ଗୋଲ୍ ବରାର ପେଟଟି କଣ। ଲାଳ ନିଗିଡେ ହୋଇଲେ ଛଣା ବିକଇ ତାକୁ ବୁଲି ବୁଲିକା ଗୁଡ଼ିଆ ଘର ଛକଡି। ଦୋସାରେ ଖାଲି ମସଲା ଆଳୁ ଚାଓମିନ୍ ଟା କି ସାଲୁବାଲୁ ଚେପେଟା ଆଳୁଚପ୍ କୁ ଦେଖି ଧୂନା କୁ ଡାକେ ଧପଡ଼ି। ପିଆଜି କହେ (ମୁଁ) ବରାର ଭାଇ ମୋ ଲାଗି ପରା ଗରାଖ ବାଇ ମୋ ଲାଗି ଭିଡ଼ ଦୋକାନ ଆଗେ କେତେ ଦ ଉ ଡା ଦ ଉ ଡି ବରାର ସାଙ୍ଗ ପକୁଡ଼ି।। ∎ ମୋ -9437000636