କହିବରେ ଭାଇ କିଏ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-a6f0eb4627.html ଆମ୍ବଗଛମୂଳେ ବୁଲି ମୁଁ ଆସିଲି ଗୋଟିଏ ପାଇଲି ନାହିଁ କିଛିଦିନ ତଳେ ପାଚି ଝୁଲୁଥିଲା ଆଉ ପାଉ ନାହିଁ କାହିଁ! ସମୟ ହୋଇଲା ପାଚିକି ଝଡ଼ିଲା ଗୋଟାଇ ନେଲେରେ କେତେ ସକାଳରୁ ସଞ୍ଜ ଭିଡ଼ ଲାଗିଥିଲା ଏଇ ଆମ୍ବପାଇଁ ସତେ। ପିଲାଠାରୁ ବୁଢ଼ା ସଭିଁଙ୍କର ଲୋଭ ପାଚିଲା ଆମ୍ବଟେ ପାଇଁ ଖରାକୁ ନ ମାନି ଅମାନିଆଁ ହୋଇ ଆସୁଥିଲେ କେତେ ଧାଇଁ। ଆଜି ଯେତେବେଳେ ଶେଷ ହୋଇଗଲା ଚାହିଁଲେନି ଗଛ ଆଡ଼େ ଠିଆ ହୋଇଅଛି ଯୋଗୀଟିଏ ପରି ଗାଆଁର ସଡ଼କକଡ଼େ। ଦେଇ ଜାଣେ ସିଏ ନେଇ ତ ଜାଣିନି ଉପକାରୀ ବନ୍ଧୁଟିଏ ତାହାରି ରଣକୁ ଶୁଝାଇ ପାରିବ କହିବରେ ଭାଇ କିଏ? ∎