ଭାଲୁ ନାଚିଲା ଡକ୍ଟର ଅରୁଣ କୁମାର ପଣ୍ଡା ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-a63cd63227.html ଠେକୁଆ କହିଲା "ଭାଲୁ ଭାଇନା! କୁଆଡେ ଯାଉଛ, ଟିକେ ରୁହନା ଥେଇ ଥେଇ କରି ଘଡ଼ିଏ ନାଚ ଦୁଲୁକି ଉଠୁ ଏ ବଣର ମଞ୍ଚ " ହସି ହସି ବେଗେ କହିଲା ଭାଲୁ "ଭାବିଛୁ କି ମୋତେ ଏଡିକି ଓଲୁ ବିନା ପଇସାରେ ହୁଏ କି ନାଚ ବୁଝି ଆ ଯାଇ ସତ କି ମିଛ ?" "ପଇସା-କଉଡି ମୋ ପାଖେ ନାହିଁ କହିଲା ଠେକୁଆ ଦୁଃଖରେ ଚାହିଁ ନେବୁ ଯଦି ନେଏ ରଖିଛି କୋଳି ତୋ ପାଇଁ ଆଣିଛି ଗଛରୁ ତୋଳି ନାଲି ଟହ ଟହ କୋଳିକୁ ଦେଖି ଭାଲୁପାଦ ସେଠି ରହିଲା ଲାଖି ତାକ୍ ଧିନାଧିନ୍ କରିଲା ନାଚ ଭାବିଲାନି ଟିକେ ଆଗ କି ପଛ ∎ ଗ୍ରାମ/ପୋ :ତୋଟାପଡା ଭାୟା -ଘଣ୍ଟେଶ୍ଵର ଜି-ଭଦ୍ରକ -୭୫୬୧୨୯ ମୋ -୯୯୩୭୬୭୨୭୦୮