ହଂସ ପିଠିରେ ବଗ ହରିପ୍ରିୟା ପଟ୍ଟନାୟକ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-a4da9f3aab.html ଗାଆଁଟିର ନାମ ଜେମାଦେଇପୁର। ଗାଆଁ ମୁଣ୍ଡରେ ଅଛି ଗୋଟିଏ ଝଙ୍କାବରଗଛ । ବରଗଛଟିର ଅଳ୍ପ ଦୂରରେ ପୋଖରୀ ଟିଏ। ସେଇଟି ଆକାରରେ ଯେମିତି ବଡ଼, ସେମିତି ଗଭୀର। ଖରାଦିନେ ମଧ୍ୟ ସେଥିରେ ପାଣି ଥାଏ। ପଦ୍ମ, କଇଁ ଆଦି ଫୁଲ ଫୁଟି ପୋଖରୀଟି ଭାରି ସୁନ୍ଦର ଦିଶେ। ଗାଆଁଲୋକେ ଦଳ କାଢ଼ି ପୋଖରୀକୁ ସଫା ରଖନ୍ତି।ପୋଖରୀକୂଳକୁ ମାଛ ଖାଇବାପାଇଁ ବଗମାନେ ଆସନ୍ତି।ଧ୍ୟାନ କଲାଭଳି ମାଛକୁ ଜଗି ବସନ୍ତି। ମାଛମାନେ ଡିଆଁଡେଇଁ କରି ପାଣି ଉପରକୁ ଉଠିଆସୁଥିବା ବେଳେ ବଗମାନେ ତାଙ୍କ ଲମ୍ବାଥଣ୍ଟକୁ ପାଣିରେ ବୁଡ଼େଇ ମାଛ ଧରି ଖାଆନ୍ତି ଓ ସଞ୍ଜହେଲେ ବରଗଛଟିରେ ଆଶ୍ରୟ ନିଅନ୍ତି। ଥରେ ଶୀତଦିନେ ପୋଖରୀକୁ କାହୁଁ ଉଡିଆସିଲେ ଦଳେ ହଂସ। ପାଣିରେ ପହଁରି ପହଁରି ସେମାନେ କଇଁନାଡ଼, ପଦ୍ମଫୁଲର କେଶର ଆଦି ମହାଆନନ୍ଦରେ ଖାଇ ବୁଲିଲେ। ଦିନେ ପୋଖରୀ ହୁଡ଼ାରେ ବୁଢାବଗଟିଏ ଓ ତା`ର ନାତି ଛୁଆବଗ ପାଖାପାଖି ବସିଥିଲେ।ଛୁଆବଗ ଅଳ୍ପଦିନ ହେଲା ଉଡ଼ି ଶିଖିଛି।ସେ ଆଗରୁ କେବେ ଏତେ ସଂଖ୍ୟକ ହଂସ ଦେଖିନଥିଲା।ସେ ବୁଢ଼ାବଗକୁ ପଚାରିଲା "ଏମାନେ କିଏ? ଏଠିତ ଆଗରୁ ନଥିଲେ।" ବୁଢ଼ାବଗ କହିଲା "ଏମାନେ ହେଲେ ରାଜହଂସ ।ଥଣ୍ଡାଜାଗାରୁ ଆସିଛନ୍ତି।ଏଇ ସମୟରେ ସେଠାରେ ପାଣି ବରଫ ହେଇଯାଏ। ସେଥିପାଇଁ ସେମାନେ ଶୀତଦିନେ ଆମପାଖକୁ ଚାଲିଆସନ୍ତି।" ଏଇ ସମୟରେ ଗୋଟିଏ ରାଜହଂସ ସେମାନଙ୍କ ପାଖଦେଇ ପହଁରି ପହଁରି ବୁଲୁଥାଏ।ଛୁଆବଗ ଭାବିଲା "ଏଇ ହଂସ ସହିତ ସାଙ୍ଗହେଲେ କେମିତି ହୁଅନ୍ତା! ପୋଖରୀ ଭିତରକୁ ୟା ପିଠିରେ ବସି ଯାଆନ୍ତି। ମନଇଛା ମାଛ ଖାଇପାରନ୍ତି।" ∎ ଆରଥରକୁ