କଅଁଳ କାକର ଫୁଲ ଜୟନ୍ତିକା ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-a43f7fab71.html ରାତି ଆକାଶରୁ ଖସି ଖସି ଆସେ କଅଁଳ କାକର ଫୁଲ । ଗଛ ପତରରେ ଝୁଲି ଦିଶୁଥାଏ ସତେ ଅବା କାନଫୁଲ ॥ ଆଉଁଶି ଦିଅଇ କଠିନ ଧରାକୁ ବତୁରା ପରଶ ଦେଇ । ଧୂଳିଆ ଧରଣୀ ଶିହରି ଉଠଇ ନରମ ପରଶ ପାଇ ॥ ଧୀରେ ନିଶବଦେ ଓଦା ପଣତରେ ପୋଛି ନିଏ ଧୂଳି ଧୂଆଁ ॥ ସକାଳୁ ସକାଳୁ ସତେଜ ପୃଥିବୀ ପାଇ ତା` ଆଦର ଛୁଆଁ ॥ ଆ` ଆ` କାକର ସଙ୍ଗାତ ମୋହର ଛାତି ତଳେ ପଡ ଶୋଇ । ଧୋଇ ଦେ` ମନର ମନ୍ଦ କଥା ଯେତେ ଅସରା ଆବେଗ ହୋଇ ॥ ∎