ଦେଶକୁ ଆଗେଇ ନେବି ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-a35fa50ec3.html ମାମା ପିନ୍ଧାଇଲା ଜାମା ଆଉ ଟାଇ ଆଇକାର୍ଡ ଦେଲା ଝୁଲାଇ ନିଦମାଉସୀର ଶରଧା ଯାଉନି ନିଦରେ ଦେଇଛି ଜଡ଼ାଇ କଅଣ କରିବି କୁହ ସ୍କୁଲ ଯିବାକୁ ବାପା ଡାକୁଛନ୍ତି ଜେଜେ ଅଟକାଇ ଦିଅ. ପରୀକ୍ଷା ଚାଲିଛି ପାଠ ପଢ଼ୁଥିଲି ନିଦକୁ ହଜାଇ ଦେଇ ସବୁ ପାଠ ମୋର ମୁଖସ୍ଥ କରିଲି ପ୍ରଥମ ହୋଇବା ପାଇଁ କେମିତି କହିବି କୁହ ସବୁଥିରେ ମୁହିଁ ଆଗରେ ରହିବି କେଉଁଠି ପଛୁଆ ନୁହଁ. ଝିଅ ହେଲେ ମୁହିଁ ଦେଶର ଗରବ ଜାତିର ମହତ ରଖି ପାଠ ବହିରୁ ମୁଁ କେତେ କଥା ନିଜେ ପାରିଛି ସହଜେ ଶିଖି ଦେଶକୁ ଆଗେଇ ନେବି ଭଲ ପାଠ ପଢି ବଡ଼ ହେଲା ପରେ ଭଲ ମଣିଷଟେ ହେବି ∎ କ୍ୱାର୍ଟର ନମ୍ବର ଆଇଭି ବି 50/1 ୟୁନିଟ -3,ପୋଷ୍ଟ :ଖାରବେଳନଗର ଭୁବନେଶ୍ୱର -751001