ଭାଲୁ ନାଚିଲା ଡକ୍ଟର ଅରୁଣ କୁମାର ପଣ୍ଡା ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-a2c2bfb136.html ଠେକୁଆ କହିଲା “ଭାଲୁ ଭାଇନା! କୁଆଡ଼େ ଯାଉଛ ଟିକେ ରୁହନା । ଥେଇ ଥେଇ କରି ଘଡ଼ିଏ ନାଚ ଦୁଲୁକି ଉଠୁ ଏ ବଣର ମଞ୍ଚ ।” ହସି ହସି ବେଗେ କହିଲା ଭାଲୁ “ଭାବିଛୁ କି ମୋତେ ଏଡ଼ିକି ଓଲୁ! ବିନା ପଇସାରେ ହୁଏ କି ନାଚ ବୁଝି ଆ` ଯାଇ ସତ କି ମିଛ ।” ପଇସା-କଉଡ଼ି ମୋ ପାଖେ ନାହିଁ କହିଲା – ଠେକୁଆ ଦୁଃଖରେ ଚାହିଁ ନେବୁ ଯଦି ନେ` ରଖିଛି କୋଳି ତୋ` ପାଇଁ ଆଣିଛି ଗଛରୁ ତୋଳି । ନାଲି ଟହଟହ କୋଳିକୁ ଦେଖି ଭାଲୁ ପାଦ ସେଠି ରହିଲା ଲାଖି ତାକ୍ ଧିନାଧିନ କରିଲା ନାଚ ଭାବିଲାନି ସିଏ ଆଗ କି ପଛ । ∎ ସା./ପୋ. - ତୋଟାପଡ଼ା, ଭାୟା - ଘଣ୍ଟେଶ୍ୱର, ଜିଲ୍ଲା - ଭଦ୍ରକ-୭୫୬୧୨୯, ମୋ. : ୯୯୩୭୬୭୨୭୦୮