ଦେଖାଅ କାମ କରି ବସିରନ୍ ବିବି ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-a235614b1b.html କୁନା ଓ ଝୁନା,ମିଲୁ ବାବୁନା ସ୍କୁଲର ପାଠ ସାରି ଖେଳିବା ପାଇଁ ସଜାଡି ହୋଇ ଦାଣ୍ଡରେ ହେଲେ ମେଳି। ହାତରେ କା`ର ବଲ୍ ବ୍ୟାଟ କା` ହାତେ ହକି ଷ୍ଟିକ୍ , ଯୋତା ପିନ୍ଧି କେ ବାହାରିଲାଣି ମୁଣ୍ଡରେ ଥୋଇ ଟୋପି। ମନ୍ଦିର ପାଖ ଖେଳ ପଡିଆ ସବୁଜ ଘାସ ପରେ ଜମି ଗଲାତ ପିଲାଙ୍କ ମେଳ ଭରିଲା ହସ ରୋଳେ। କିଏ ଖେଳିଲା, ଫୁଟବଲ ନେଇ କିଏ ଖେଳଇ ଭଲି, କିଏ କହୁଛି , ଏମିତି ନୁହେଁ ସେମିତି ପକା ବୋଲି। କିଏ କହୁଛି ବୋଲିଂ କରି ହେବି ବୋଲର୍ ଟିଏ, କିଏସେ କୁହେ ବ୍ୟାଟିଂ ରେ ମୋତେ ବଳାଇ ଯିବ କିଏ?। କୁନି ଖେଳାଳି କେ` ପୋଜ୍ ଦିଏ ବ୍ୟାଟ ହାତରେ ଧରି , ସତେବା, ଏବେ ଚଉକା ଛକା ଗଣ୍ଡାଏ ଦେବ ମାରି। କହୁଛି କୁନା କ୍ରିକେଟରେ ସେ ହୋଇବ ଗାଭାସ୍କର, ଝୁନା କହୁଛି ବୋଲିଂ କରି ‌ହେବ ତେନ୍ଦୁଲକର। ଆଗରେ ବସି ରୁବେନ୍ ଅଜା ଦେଖୁଥିଲେ ତ ଖେଳ ହଲାଇ ହାତ , ହସି କହିଲେ " ବାଃ,ବାଃ ନାତି ମୋ`ର।" ହକି ବାଡିକୁ ହଲାଇ ମିଲୁ ଅଜାଙ୍କୁ କୁହେ ଯାଇ, କହିଲ ଅଜା, "ଧ୍ୟାନଚାନ୍ଦ ମୁଁ ହେବି କି ହେବି ନାହିଁ?"। କହିଲେ ଅଜା, "ଖେଳରେ ବାବୁ ଲଗାଇ ମନ ଧ୍ୟାନ, ନହେବ କିଆଁ , ବଡ଼ ମାନେ କି ନଥିଲେ ଦିନେ ସାନ ଅଭ୍ୟାସ ବଳେ,ତୁମେ ବି ଦିନେ ହେବ ତାଙ୍କରି ପରି, କହିଲେ ଖାଲି ଚଳିବ ନାହିଁ ଦେଖାଅ କାମ କରି। ∎ ନୟାଗଡ଼-୭୫୨୦୬୯