ଆରବ୍ ପାଇଁ ନାନାବାୟା ନୀଳମଣି ଚାନ୍ଦ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-a14acde4ec.html ଆ`ରେ ମାଛ ଆ` ଆରବ୍ କୁ ତୁ ଚିତିପହଁରା ଶିଖେଇ ଦେଇ ଯା` ଠିଆପହଁରା ଶିଖୁ ପାଣି ଚବରଚବର କରି ସାଙ୍ଗମାନଙ୍କୁ ଡାକୁ। ଧରି ଜେଜେଙ୍କ ହାତ ପହଁରୁଥିଲେ ଭୟଫୟ ତ ରହିବ ନାହିଁ ସତ ମିହିର ସେନ୍ ପରି ରଖିବ ଦିନେ ନାଆଁଟି ସିଏ ସନ୍ତରଣ କରି। ଆ`ରେ ମାଛ ଆ` ଆଉ ରହିଲେ ତା ସାଙ୍ଗ ଯେତେ ଶିଖେଇ ଦେଇ ଯା` ସେ ଯେବେ ବଡ଼ ହେବେ ଦେଶ ପାଇଁଟି ସନ୍ତରଣରେ ପଦକ ଆଣିଦେବେ। ∎ ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭