ହଜାଇବି ଦୁଃଖ ମୋର ପ୍ରଶାନ୍ତ କୁମାର ଦାଶ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-a117a0b076.html ହସିଵି ଖେଳିବି ନାଚିଵି ଗାଇଵି ଜୀଵନର ଦୁଃଖ ଭୁଲି ଆଗାମୀର ଆଶା ମୁଖେ ମିଠାଭାଷା ଗରଵେ ଉଠିବି ଫୁଲି || ଦେଖେ ଆଖି ମୋର ସଵୁଜ ସୁନ୍ଦର ଗଛ ଲତା ପରିଵେଶ ସଵୁଠୁ ସୁନ୍ଦର ଗାଆଁ ଭୂଇଁ ମୋର ଜିଲ୍ଲା ଓ ରାଇଜ ଦେଶ || ମୋ ଆଖିରେ ଭରା ଆଖିଏ ସପନ ନାଚିଉଠେ ଏଇ ମନ ତୁଟିଚି ଅନ୍ଧାର ପଡିଛି ଜୋଛନା ଉଇଁଚି ଆକାଶେ ଜହ୍ନ || ଜାଣେନାହିଁ ମୁହଁ କିଏ ସାତପର କିଏବି ନିଜର ମୋର ଧରଣୀ ଛାତିରେ ଗଢାତ ଗୋଟିଏ ସରଗୁ ସୁନ୍ଦର୍ ଘର || ଦେଖେ ପ୍ରଜାପତି ଭଲପାଏ ଅତି ଫୁଲକୁ କରଇ ଗେଲ ବାସନା ବିତରେ ଗଛଡ଼ାଳେ ଝୁଲି ନିତି ନିରିମାଖି ଫୁଲ || ବାପା ମାଆ ଭାଇ ଭଉଣୀ କରନ୍ତି ସେନେହ ଆଦର ଗେଲ କୋଳରେ ଵସାଇ ମତେ ଅଜା ଆଈ କାହାଣୀ କହନ୍ତି ଭଲ || ଵିଧାତାଙ୍କ ହାତ ଗଢା କଣ୍ଢେଇ ମୁଁ ଲାଗିବ କାମରେ ସଦା ପାଇବାକୁ ସୁଖ ହଜାଇବି ଦୁଃଖ ସହିବି ବିପଦ ବାଧା || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦