ଆଦର୍ଶ ଗୁରୁ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-a0537163a4.html ଗୁରୁଙ୍କୁ ନ ମଣିବ ନର , ଗୁରୁହିଁ ସାକ୍ଷାତ ଈଶ୍ୱର । ଗୁରୁ ଯେ ବ୍ରହ୍ମା ସୃଷ୍ଚିକର୍ତ୍ତା, ବିଷ୍ଣୁ ଯେ ପାଳନ କରତା । ମହେଶ୍ୱର ସଂହାର କର୍ତ୍ତା, ଶିଷ୍ୟଙ୍କ ମଙ୍ଗଳ ବିଧାତା । ଆଦର୍ଶ ଗୁରୁ ହିତାକାଂକ୍ଷୀ, ଆଦର୍ଶ ଶିକ୍ଷା ଦେଇଥାନ୍ତି । ମଙ୍ଗଳ ରୂପେ ଦେଇ ଜ୍ଞାନ, ଛାତ୍ରଙ୍କ ଭବିଷ୍ୟ ଗଠନ । ଗୁରୁହିଁ ଛାତ୍ରର ନମସ୍ୟ, ତା` ପାଇଁ ଶିବଙ୍କ ସଦୃଶ । ଅଜ୍ଞାନ ରୂପକ ଅନ୍ଧ। ର, ଗୁରୁହିଁ କରିଥାନ୍ତି ଦୂର । ଜ୍ଞାନ ରୂପକ ଆଲୋକକୁ, ଗୁରୁ ସମର୍ଥ ସେ ଦାନକୁ । କର୍ତ୍ତବ୍ୟ,ସାଧୁତା,ବିଜ୍ଞତା, ସ୍ପଷ୍ଟବାଦିତା ସେ ଦେବତା । ଗୁରୁଙ୍କ ଉତ୍ସାହ,ପ୍ରେରଣା, ଛାତ୍ରଙ୍କ ପୂଜା ଅରଚନା । ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ, ଆଦର୍ଶ ମହିଁମା ମଣ୍ଡିତ । ଗୁରୁହିଁ କୃତୀ ଜ୍ଞାନଯୋଗୀ, ଶ୍ରଦ୍ଧା ସମ୍ମାନ ସେ ପଦବୀ । ∎ ଅବସର ପ୍ରାପ୍ତ ମଣ୍ଡଳ ସହ -ଶିକ୍ଷାଧିକାରୀ, ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।