ଉତ୍ତମ ଛାତ୍ର ଆଗାମୀ ଦିନର ଡଃ ସ୍ବର୍ଣ୍ଣଲତା ତ୍ରିପାଠୀ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-a029824e94.html ସାଜିଲେ ତୁ ଦୁନିଆଁରେ ଫୁଲଟିଏ ପରି, ସୁଗନ୍ଧ ପାଖୁଡ଼ା କୋଳେ କୋମଳତା ଭରି । ମନ ବଗିଚାଟି ତୋର ସ୍ୱଚ୍ଛ ଓ ସୁନ୍ଦର, ସେନେହ ସରାଗ ଭରା ଦରୋଟି ହସର । ତୁ ହସିଲେ ଏ ଦୁନିଆଁ ହସୁଥାଏ ସଦା, ସତ୍ୟ,ସଚ୍ଚୋଟତା ମଧ୍ୟେ ପରୋପକାରୀତା । କ୍ଷେତ ଯଦି ହସୁଥାଏ ସୁନାର ଫସଲେ, ଚାଷୀ ସଫଳତା ପାଏ କରମର ଜାଲେ । କରମ ପ୍ରେରଣା ପାଇଁ ଆଗକୁ ନିରତେ, ସାଧନାରେ ସିଦ୍ଧି ଲାଭ କଣ୍ଟକିତ ପଥେ । ବିଦ୍ୟା ଅରଜନ ପାଇଁ ବିଦ୍ୟାଳୟ ଘର, ବିଦ୍ୟାର୍ଥୀର ଜ୍ଞାନ ପାଇଁ ସେ ସରଗପୁର । ଗୁରୁଜୀ ଗୁରୁମା ସେ ଯେ ଶିକ୍ଷା ସହାୟକ, ଭଲ ଗୁଣ ଦେଖି ପୁଣି ହେବେ ବିଚାରକ । ଭଲ ମନ୍ଦ କାମ ଦେଖି କରିବୁ ବିଚାର, ଉତ୍ତମ ଛାତ୍ର ହୋଇବୁ ଆଗାମୀ ଦିନର । ∎ ( ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ,ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।