ଶରତ ଆସେ ଦେବାଶିଷ ଚକ୍ରବର୍ତ୍ତୀ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-9f51557351.html ଶରତ ଆସେ ନାନା ଜାତି ଫୁଲେ ମରତ ହସେ। ଗଙ୍ଗ ଶିଉଳି ସକାଳ କୁ ସିନା ପଡ଼ଇ ଝରି। ବାସ ତାହାର ମୋହି ନିଏ ନାହିଁ ମନ କାହାର ? ନଈ ପଠା ରେ କାଶତଣ୍ଡୀ ରୂପା ଚାମର ଢାଳେ। ଝରଣା ନଈ ବୋହୁଥାନ୍ତି ଅତି ସୁଧାର ହୋଇ। ଦୁରୁଗା ମାଆ ଆସନ୍ତି ସଭିଙ୍କି ହେବାକୁ ସାହା। କଲେ ଦଇନି ଦୟା ସ୍ନେହ ନିଶ୍ଚେ ଦେବେ ସେ ବୁଣି। ଶରତ ପରି ହୋଇଲେ ରଖିବୁ ଟେକ ଆମରି। ∎ ମଣ୍ଡୁଆ,କେନ୍ଦୁଝର ଗଡ ମୋ – ୯୪୩୭୭୫୨୩୯୫