ଖରା ପାଇଁ ଭଲ ପଖାଳ ବସିରନ୍ ବିବି ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-9f43352bb6.html ଝାଞ୍ଜି ପବନ ଟା ବୋହୁଛି ଦେହ ମୁଁହ ତାତି ଯାଉଛି କେଡେ ଖରଟା ମ ,ପଦାକୁ ଯାଅନା ଆଇ ମୋ ଅଜାଙ୍କୁ କହୁଛି।୧। ଅଜା କହିଲେ ଗୋ! ଡରନା ପାଣି ବୋତଲ ଟା ଆଣ ନା ମୁଣ୍ଡେ ଛତା ,ପାଦେ ଯୋତା ଥାଏ ଯେବେ ଖରା ତାତି ଜମା ବାଧେନା।୨। ଖରା ଛୁଟି ଏବେ ହେଇଚି ନାତିଆ ଟା ଆମ ଆସିଛି ମଟନ୍ ଟିକିଏ ନେଇ ନ ଆସିଲେ ଖାଇବା ଜମିବ କେମିତି?।୩। ଆଈ କହେ,ହେଲ ପାଗଳ ଗମ ଗମ ବହୁଛି ଝାଳ ଏଡେ ଖରାଟା ରେ, ମାଉଁସ ମସଲା ଦେହ ପାଇଁ ନୁହଁଇ ଭଲ।୪। ସଜାଡିଛି,ଦହି ପଖାଳ ଖାଇବ ନାତିଆ ଆମର ମାଛ ଭଜା, ଶାଗ ଭଜା ,ବଡ଼ିଚୁରା, ତା` ସାଙ୍ଗରେ ଆମ୍ବ, ମିକ୍ସଚର।୫। ସିଝା ଆଳୁ ,ଟିକି ପିଆଜ ପାଟିକୁ ଲାଗିବ ସୁଆଦ କଞ୍ଚା ଲଙ୍କା ଦେଇ ପାଗ କରିଦେବି ଜମିବ ପଖାଳ ମଉଜ ।୬। ଆଈ ହାତ,ଶାଗ ପଖାଳ ମାଛ ଭଜା ପୁଣି ମିକ୍ଚର ଖରା ପାଇଁ ପରା ପଖାଳ ଭଅଲ ଖାଇ ଦେବା ଚାଲ ସଅଳ । ∎ ନୟାଗଡ଼