ଗଛ କାଟନା ଭାଇ ଗୀତାଞ୍ଜଳି ସ୍ୱାଇଁ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-9df5c5273b.html ଗଛ କାଟନା ଭାଇ ଆମର ସିଏ ଭାରି ଆଦର ଯେସନେ ଆମ ଭାଇ। ତାହାରି ଲାଗି ବାୟୁ ମଣ୍ଡଳ ହୁଏ ବିଶୁଦ୍ଧ ପରା, ସବୁଜ ପାଟ ପିନ୍ଧେ ଧରଣୀ ଫୁଲରେ ହସେ ଧରା.। ବରଷା ହୁଏ ମହୀ ମଣ୍ଡଳେ ବାଣ୍ଟଇ ସିଏ ପାଣି, ତା ପରଶେ ଜୀବନ ପାଏ ଗଛ ପତର ପ୍ରାଣୀ। ଶୀତଳ ବାଆ ଦାନ କରଇ ଜୀବନ ପାଏ ଯିବ, ଛାଇ ଦିଅଇ ପଥଚାରି କୁ ଡାଳ ବିଛାଇ ଥିବ। କେତେ ବେମାର ଆରୋଗ୍ୟ ହୁଏ ତାହାରି ଚେର ପତ୍ରେ, ନବ ଜୀବନ ଜାତ କରାଏ ବଇଦ ଭାଇ ହାତେ। ତାହାରି ଫଳ ଖାଇ ମଣିଷ ପଶୁ ପକ୍ଷୀ ଓ ଜୀବ, ଧରା ଧାମରେ ସଜୀବ ଟିଏ ହୋଇ ବଞ୍ଚି ରହିବ। ତା ଦାନରେ ପିନ୍ଧିବା ଲୁଗା କରିବା ଘର ଦ୍ୱାର, ଖାତା,କାଗଜ, ପେନସିଲର ସବୁରି ସିଏ ମୂଳ। ତା ଗଣ୍ଡିରେ ତିଆରି ହୁଏ ବଡ଼ ଠାକୁର ଆମ, ତୁଳନା ନାହିଁ ଗଛ ର ଦାନ ସେବା ତାହାର ଜୀବନ। ଗୋଟିଏ ଗଛ କାଟିବା ନାହିଁ ଲଗାଇ ଦେବା ଗଛ, ଆମ ପ୍ରୟାସେ ସଫଳ ହେବ ବିଶ୍ୱ ପରିବେଶ ଦିବସ.। ∎ (ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ) କାନନ ବିହାର ଫେଜ -୨ ପଟିଆ, ଭୁବନେଶ୍ୱର -୨୪.