ଆଷାଢ଼େ ରଥଯାତରା ଧ୍ରୁବ ଚରଣ ଘିବେଲା ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-9ad83563d5.html ବଇଶାଖ ଜ୍ୟେଷ୍ଠ ଫେରିସାରିଛନ୍ତି ନିଦାଘ ଗ୍ରୀଷ୍ମକୁ ନେଇ ବରଷାଆସିଛି ଆଦ୍ୟ ଆଷାଢ଼ରେ ଆକାଶରେ ମେଘ ଛାଇ I ମେଘର ଡମ୍ବରୁ ବାଜେ ଘିଡ଼ି ଘିଡ଼ି ଘଡ଼ିଏ ଘଡ଼ିଏ ରହି ସୂରୁଯ ମେଘର ଲୁଚକାଳି ଖେଳ ମାଟି ପରେ ଖରା ଛାଇ I ଆଷାଢ଼ ଶୁକୁଳ ଦ୍ଵିତୀୟା ତିଥିରେ କାଳିଆର ରଥଯାତ୍ରା ଵିଧି ବିଧାନରେ ଗୋଟି ପହଣ୍ଡିରେ ଦିଅଁ ଛାଡ଼ନ୍ତି ଗମ୍ଭୀରା I ବାଇଶି ପାବଛେ ରହିରହିଆସି ତିନି ଦିଅଁ ରଥାରୂଢ଼ ହରିବୋଲ ସାଥେ ହୁଳହୁଳି ପଡ଼େ ବଡ଼ଦାଣ୍ଡେ ଭକ୍ତ ଭିଡ଼ I ତିନି ରଥେ ବସି ଚତୁର୍ଦ୍ଧାମୂରତୀ ଭକତଙ୍କୁ ଦେଇ ଦେଖା କରିଥାନ୍ତି ଯାତ୍ରା ଗୁଣ୍ଡିଚାବାଡ଼ିକୁ ଭକତରଙ୍କୁଣା ଜଗା I ଫେରିଲାବାଟରେ ମାଉସୀମା`ଘରେ ପୋଡ଼ପିଠା ଖାଇ ଖୁସି ଦେଖୁ ଦେଖୁ ସରେ ନଅ ଦିନ ଯାତ୍ରା ସରେ ପୁଣି ଯାତ୍ରାଖୁସି I ସିଂହଦ୍ୱାରେ ଆସି ଦିଅଁ ରଥେ ବସି ଦେଇଥାନ୍ତି ଦରଶନ ସୁନାବେଶ କାନ୍ତି ଦରଶନେ ଖୁସି ତୋଷ ହୁଏ ଭକ୍ତ ମନ I ଲକ୍ଷ୍ମୀଙ୍କର ମାନ କରନ୍ତି ଭଞ୍ଜନ କାଳିଆ ସାଆନ୍ତ ସେ ତ ରତ୍ନସିଂହାସନେ ଭ୍ରାତାଭଗ୍ନୀ ସାଥେ ବିରାଜନ୍ତି ଜଗନ୍ନାଥ I ∎ ବଉଦରାଜ -762014, ଜି. ବୌଦ୍ଧ ମୋ.9437478466