ପଣତକାନି ଡାକ୍ତର ଅଶୋକ କୁମାର ସେଠୀ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-9769dbd2ae.html ପଣତକାନି ରେ ପଣତ କାନି ମୋ ମା`ର ପଣତ କାନି । ଦୁଖ ବେଦନା ପାରେନି ଜାଣି ପାଖେ ପଶନ୍ତିନି ଭୂତ ଡାହାଣି ॥ ଖରା ବରଷା ଶୀତ କାକର ଘୋଡ଼ାଇ ରଖେ ପଣତ ତାର । ଜର ରୋଗ ପାରେନି ଜାଣି ଘୋଡେଇ ରଖେ ତା ପଣତ ଟାଣି ॥ ମୋ ମନ ଜାଣି କୁହେ କାହାଣୀ ଶୋଇ ଯାଏ ଗପ ଶୁଣି ଶୁଣି । ଅଝଟିଆ ପଣ ଛାଡି ପାରେନି ମାଡ଼ ଖାଇ ଲୁଚେ ପଣତ ଟାଣି ॥ ଭୁଲି ପାରିବି ନାହିଁ ତା ଆଦର ହୁଏନି ସିଏ କେବେ ନିଷ୍କର ରଖୁ ଥାଏ ସ୍ନେହ ଅପାର । ପଣତ ତାର ମୋ ଚାଦର ॥ ପଣତ ତାର ମୋ ରାଜ ଉଆସ ଭୁଲାଏ ମୋର ଭୋକଶୋଷ । ପାଉଥିବି ସଦା ତା ପରଶ ରହିବି ସଦା ହୋଇ ହସ ହସ ॥ ∎ ବଲାଙ୍ଗୀର