ରଜ ପରବ ଆମ ଗରବ ଶ୍ରୀ କୁଞ୍ଜ ବିହାରୀ ସାହୁ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-96d371bc7d.html ପିଠା ତ ପିଠା ସବୁଠୁ ମିଠା ପୋଡ଼ପିଠାଟି ଲାଗେ, ଖାଇଛି ଯିଏ ହସିଛି ସିଏ ରଜ ପରବେ ପାଗେ । ୧ ପାନ ତ ପାନ ମସଲା ପାନ କଳରେ ଜାକିଦେଲେ, ଚୋବାଏ ଯିଏ ଖୁସିରେ ସିଏ ମଜା ମଉଜେ ଖେଳେ । ୨ ଦୋଳି ତ ଦୋଳି ବାଉଁଶ ଦୋଳି ଯାଉଛି ଝୁଲି ଝୁଲି, ଦୋଳିରେ ବସି ମୁରୁକି ହସି ଖେଳୁଛି ମିଲି, ଜୁଲି । ୩ ପୁଚି ଲୋ ପୁଚି ଯାଆଲୋ ଘୁଞ୍ଚି ସଙ୍ଗାତ ଗାଏ ଗୀତ, ରଜ ପରବ ଆମ ଗରବ ସଭିଏଁ ଏଠି ମିତ । ୪ ∎ ପାତ୍ରପଡା, ଭୁବନେଶ୍ବର` ୭୦୦୮୧ ୪୨୦୪୦