ଭଲ ପ୍ରତି ଧ୍ୟାନ ଦେବା କୀର୍ତ୍ତନ ସାହୁ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-95f5d9445c.html ଭଲ କଥା ପଦେ ଶୁଣି ଦେଲେ ଆମ ମନ ଖୁସି ହୋଇ ଯାଏ ଭଲ ଗୀତ ଟିଏ କାନେ ବାଜି ଗଲେ କେତେ ଖୁସି ଲାଗି ଥାଏ। ଭଲ କାମେ ଆମେ ଲାଗି ପଡ଼ି ଥିଲେ ମନ ଭାରି ଖୁସି ଥାଏ ଭଲ ସାଙ୍ଗ ସାଥେ ଥିଲା ବେଳେ କେତେ ଖୁସି ହୋଇ ବେଳ ଯାଏ । ଭଲ ପରିବେଶ ଘରେ ଆମ ଥିଲେ ଖୁସି ଭାବ ସଦା ଜାଗେ ଭଲ ମନେ ସବୁ କାମ କରୁ ଥିଲେ ଘର ସ୍ବର୍ଗ ସମ ଲାଗେ । ଦେହ ଭଲ ପାଇଁ ଭଲ ଖାଦ୍ୟ ଲୋଡା ଏଥି ପ୍ରତି ଦୃଷ୍ଟି ଦେବା ଦେହ ଭଲ ଥିଲେ ମନ ଭଲ ରହେ ଆମେରେ ସଜାଗ ହେବା । ଭଲ ମନ ରଖି ପରିବେଶ ପ୍ରତି ସଚେତନ ଆମେ ହେବା ଗଛ ଲଗାଇବା ଯତ୍ନ ତାର ନେବା ନିୟମିତ ଦୃଷ୍ଟି ଦେବା। ଭଲ ପାଠ ପଢି ଭଲ କଥା କହି ଭଲ ଗୁଣ ଆଚରିବା ଆମ ଭଲ କାମେ ଦେଶ ଭଲ ହେବ ଭଲ ପ୍ରତି ଧ୍ୟାନ ଦେବା। * ମିଶ୍ର କଲୋନୀ ଶାଳ ପଡ଼ା, କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧